କାଲିଠୁ ଦିଲ୍ଲୀରେ ଖୋଲିବ ମାର୍କେଟ୍, ମଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ। ରାସ୍ତାକଡ଼ରେ ଉଠା ଦୋକାନୀଠୁ ଆରମ୍ଭ କରି ବଡ଼ ମାର୍କେଟ କପ୍ଲେକ୍ସ ଖୋଲିବ। ରେସ୍ତୋରାଁ ବି ୫୦ ପ୍ରତିଶତ ଗ୍ରାହକରେ ଚାଲିବ। ସେଲୁନ୍ ଖୋଲିବ କିନ୍ତୁ ସ୍ପା ଏବେ ପାଇଁ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ

ସେହିପରି ଧର୍ମାନୁଷ୍ଠାନ ଖୋଲା ରହିବ କିନ୍ତୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ରହିଛି। ପୂର୍ବ ଭଳି ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସାମାଜିକ, ରାଜନୈତିକ, କ୍ରୀଡା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକମାନେ ଏକାଠି ହେବା ଉପରେ କଟକଣା ଆଗ ଭଳି ଜାରି ରହିବ। ଏହି କୋହଳ ନିୟମ ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପରିସ୍ଥିତିକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି।

 

 

Source link

Leave a Reply

Your email address will not be published. Required fields are marked *