ଏଟିଏମରୁ ଟଙ୍କା ଉଠାଇଲା ବେଳେ ଆକାଉଣ୍ଟକୁ ଆସିଲା ୭ କୋଟି ଟଙ୍କା

ନୂଆଦିଲ୍ଲୀ: କଥାରେ ଅଛି ଆଲ୍ଲା ଜବ୍‌ ଦେଗା ତୋ ଛପଡ଼୍‌ ଫାଡକେ ଦେଗା ଓର୍‌ ଲେଗା ତୋ ସବ୍‌ ଲେ ଲେଗା….ଏହି ଲୋକକଥା ଟି ଘରେ ଘରେ ବେଶ୍‌ ପରିଚିତ। କାରଣ କଥାରେ ଅଛି, ଭାଗ୍ୟ ଯେତେବେଳେ ସାଥ୍‌ ଦିଏ ମଣିଷ ସେତେବେଳେ କେଉଁଠୁ ଯାଇ କେଉଁଠି ପହଞ୍ଚିବ ତାହାର ହିସାବ ନାହିଁ। ଠିକ୍‌ ଏମିତି କିଛି ଘଟଣା ଜଣେ ମହିଳାଙ୍କ ସହ ଘଟିଛି। କାରଣ ଜଣେ ବୃଦ୍ଧା ଯେତେବେଳେ ଏଟିଏମରୁ ୧୪ ଶହ ଟଙ୍କା ଉଠାଇବାକୁ ଯାଇଥିଲେ ସେତେବେଳେ ତାଙ୍କ ଆକାଉଣ୍ଟରେ ସାଢେ ସାତ କୋଟି ଟଙ୍କା ଥିବା ଦେଖିବାକୁ ପାଇଥିଲେ। ତେବେ ନିଜ ବ୍ୟାଙ୍କରେ ଏତେ ଟଙ୍କା ଦେଖି ସମ୍ପୃକ୍ତ ମହିଳା ଜଣଙ୍କ ହୋସ୍‌ ଉଡ଼ିଯାଇଥିଲା। କାରଣ ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ତାଙ୍କ ଆକାଉଂଟରେ ଏତେ ଟଙ୍କା ରହିଥିବ ବୋଲି । ତାଙ୍କ ଆକାଉଂଟରେ ଥିଲା ୧ ବିଲିୟନ୍ ଡଲାରରୁ ଅଧିକ ଟଙ୍କା ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୭,୪୧୭ କୋଟି ଟଙ୍କା ରହିଥିଲା।

ତେବେ ଏହି ଘଟଣାଟି ଭାରତରେ ନୁହେଁ ବରଂ ଆମେରିକାରେ ଘଟିଛି। ଜୁଲିଆ ୟାଂକୋସ୍କି ନାମକ ଜଣେ ବୟସ୍କ ମହିଳା ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଏଟିଏମକୁ ଯାଇଥିଲେ । ଆଉ ଏହି ସମୟରେ ତାଙ୍କୁ ଏକ ଆଲର୍ଟ ମ୍ୟାସେଜ୍‌ ଆସିଥିଲା। ଯେଉଁଥିଲେ ଟଙ୍କା ଉଠାଇଲେ ତାଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। କିନ୍ତୁ ସେ ମ୍ୟାସେଜକୁ ଗୁରୁତ୍ୱ ଦେଇନଥିଲେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ। କିନ୍ତୁ ଟଙ୍କା ଉଠାଇବା ପରେ ହିଁ ସେ ନିଜ ଆକାଉଣ୍ଟର ବାଲାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ବ୍ୟାଙ୍କ ରସିଦ୍‌ରେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ସେ ଦେଖିବାକୁ ପାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଟଙ୍କା ଦେଖି ସେ ଲୋଭ କରିନଥିଲେ କି ଟଙ୍କାଟିଏ ବି ଉଠାଇନଥିଲେ। ଏହା ପରେ ସେ ସାଙ୍ଗେ ସାଙ୍ଗେ ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। କର୍ମଚାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟ ଜଏଣ୍ଟ ରହିଛି। ଆଉ ସେହି ଆକାଉଣ୍ଟକୁ ଲଗାତାର ଟ୍ରାନଜାକ୍ସନ ହୋଇଛି। ତେଣୁ ଆକାଉଣ୍ଟରେ ଏତେ ସାରା ଟଙ୍କା ଜମା ହୋଇଛି। ହେଲେ କିଏ ଏହି ଟ୍ରାନଜାକ୍ସନ କରିଛି ସେନେଇ ତଦନ୍ତ ଜାରି ରହିଛି ବୋଲି ବ୍ୟାଙ୍କ କହିଛି। ହେଲେ ଏତେ ପରିମାଣରେ ଟଙ୍କା ଦେଖିବି ମହିଳା ଜଣକ ଟଙ୍କାଟିଏ ଉଠାଇ ନଥିବା କାରଣରୁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି।

The post ଏଟିଏମରୁ ଟଙ୍କା ଉଠାଇଲା ବେଳେ ଆକାଉଣ୍ଟକୁ ଆସିଲା ୭ କୋଟି ଟଙ୍କା appeared first on OTV Khabar..

Source link

Leave a Reply

Your email address will not be published. Required fields are marked *