“ଦେଶରେ ୮୫ ପ୍ରତିଶତ କମିଲାଣି ସଂକ୍ରମଣ”

ସଂକ୍ରମଣ କମୁଛି ହେଲେ ଡ଼ର ଯାଇନି

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବରେ କମିଚାଲିଛି ସଂକ୍ରମଣ। ତେବେ ପୂର୍ବ ମାସରେ ଅର୍ଥାତ୍‌ ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା କିନ୍ତୁ ସେହିଦିନ ଠାରୁ ବର୍ତ୍ତମାନ ସମୟ ସୁଦ୍ଧା ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୭୮.୬ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି।

ମେ ପ୍ରଥମ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ମାତ୍ର ୧୪୭ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବା ଲବ୍‌ କହିଛନ୍ତି। ଏହାସହ ମେ ପ୍ରଥମ ସପ୍ତାହରେ ଦୈନିକ ପଜିଟିଭିଟି ହାର ୨୧ ପ୍ରତିଶତ ଟପିଯାଇଥିବାବେଳେ ଏବେ ତାହା ୪ ପ୍ରତିଶତକୁ ଖସିଆସିଛି । ଦେଶରେ ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଟଳିନାହିଁ । ତେଣୁ ଲୋକମାନେ ଏବେ ବି କରୋନା କଟକଣା ମାନି ଚଳିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସେପଟେ,  କରୋନାକୁ ନେଇ WHO ବା ହୁ ବଡ଼ ମନ୍ତବ୍ୟ ଦେଇଛି। କହିଛି, ବିଶ୍ୱର ୨୯ ଦେଶରେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍‌ ମିଳିଛି। ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି। ଆଉ ଏହାର ନାମ (Lambda) ବୋଲି କୁହାଯାଇଛି। ହୁ’ ର ମୁଖପାତ୍ର କହିଛନ୍ତି, ଏହା ପ୍ରଥମ ଥର ମିଳିଛି କିନ୍ତୁ କରୋନା ମହାମାରୀ ବ୍ୟାପିବାରେ ଦକ୍ଷିଣ ଆମେରିକା ଦାୟୀ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ଫେରୁ ସହରରେ ଏହି ଭୂତାଣୁ ଅଧିକ ସଂଖ୍ୟାରେ ଠାବ ହୋଇଛି। କେବଳ ଏତିକି ନୁହେଁ ବରଂ ୨୦୨୧ ମସିହା ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୮୧ ପ୍ରତିଶତ ଲୋକେ ଏହି ମହାମାରୀ ସଂକ୍ରମଣ ହୋଇଛନ୍ତି। ଏହାସହ ଚିଲ୍ଲୀ ସହରରେ ବିଗତ ୬୦ ଦିନ ମଧ୍ୟରେ ଏହିପରି ୩୨ ପ୍ରତିଶତ ମାମଲା ଠାବ ହୋଇଥିବା ଜଣାପଡ଼ିଛି। ଏବେ ଆର୍ଜେଣ୍ଟିନା ପରି ସହରରେ ମଧ୍ୟ ଏହି ଭୂତାଣୁ ଠାବ ହୋଇଛି।

ଏପଟେ, ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେଇଥିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ମହିଳା ଜଣକ ନେଇଥିବା ଭ୍ୟାକ୍‌ସିନ୍‌ ଅଲଗା ଅଲଗା ଥିଲା। ଗୋଟିଏ କୋଭାକ୍ସିନ୍‌ ଓ ଅନ୍ୟଟି କୋଭିସିଲ୍ଡ। ସମ୍ପୃକ୍ତ ମହିଳା ପ୍ରଥମେ କୋଭାକ୍ସିନ୍‌ର ଗୋଟିଏ ଡୋଜ୍‌ ନେଇଥିଲେ ଓ ଏହାର କିଛି ସମୟ ପରେ କୋଭିସିଲ୍ଡର ଗୋଟିଏ ଡୋଜ୍‌ ନେଇଥିଲେ। ବିହାରରେ ଏହି ଅଜବ ଘଟଣା ଘଟିଛି। ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ଏଭଳି ଘଟିଥିବା ଦାୟୀ କରାଯାଇଛି।

Source link

Leave a Reply

Your email address will not be published. Required fields are marked *